ଚାଣକ୍ୟ ନୀତି · ଲକ୍ଷ୍ମୀ ଚଂଚଳା । ପ୍ରାଣ, ଜୀବନ, ଶରୀର ସବୁକିଛି ଚଂଚଳ ଓ ବିନାଶଶୀଳ । ସଂସାରରେ କେବଳ ଧର୍ମ ହିଁ ନିଶ୍ଚଳ ଓ ସ୍ଥିର । · ଗୋଟିଏ ମାତ୍ର ଗୁଣବାନ ଓ ବିଦ୍ଵାନ ପୁତ୍ର ହଜାରେ ଗୁଣହୀନ ଓ ନିଷ୍କର୍ମା ପୁତ୍ରମାନଙ୍କଠାରୁ ଶ୍ରେୟସ୍କର । · ମାଁ ଠାରୁ କେଉଁ ଦେବତା ବଡ଼ ନୁହନ୍ତି । · ପିତାଙ୍କ ସବୁଠାରୁ ବଡ଼ କର୍ତ୍ତବ୍ୟ ହେଉଛି ଯେ ପୁତ୍ରକୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା । · ଦୁଷ୍ଟଙ୍କର ସାରା ଶରୀରରେ ବିଷ ରହିଛି । · ଦୁଷ୍ଟ ତଥା କଂଟାର ଦୁଇ ପ୍ରକାର ଉପଚାର ରହିଛି; ଜୋତାରେ ମଳି, ମକଚି ଦିଅ ନତୁବା ତାକୁ ଦୂରରେ ଛାଡ଼ି ଦେଇଆସ । · ଯାହା ପାଖରେ ଧନ ଅଛି, ତାହାର ଅନେକ ମିତ୍ର, ଭାଇ-ବନ୍ଧୁ ଓ ସଂପର୍କୀୟ ଥାଆନ୍ତି । · ଅନ୍ନ, ଜଳ ଓ ସୁଭାଷଣ ହେଉଛି ପୃଥିବୀର ତିନୋଟି ରତ୍ନ । ହେଲେ ମୂର୍ଖମାନେ ତୁଚ୍ଛ ପଥର ଖଣ୍ଡମାନଙ୍କୁ ରତ୍ନର ନାମ ଦେଇଛନ୍ତି । · ସୁନାରେ ସୁଗନ୍ଧ, ଆଖୁରେ ଫଳ, ଚନ୍ଦନରେ ଫୁଲ ନଥାଏ । ବିଦ୍ଵାନ ଧନୀ ହୋଇ ନଥାନ୍ତି କି ରାଜା ଦୀର୍ଘଜୀବୀ ହୋଇ ନଥାନ୍ତି । · ସମାନ ସ୍ତରୀୟ ଲୋକ ସହିତ ମିତ୍ରତା ଶୋଭା ପାଇଥାଏ । · କୋଇଲିର ସ୍ଵର ହେଉଛି ତା'ର ପ୍ରକୃତ ସୁନ୍ଦରତା, ପତିବ୍ରତା ହେବା ସ୍ତ୍ରୀମାନଙ୍କର ସୁନ୍ଦରତା ।